କଣ୍ଡୋମ ବ୍ୟବହାର ପରେ ବି ଗର୍ଭବତୀ ହେଲେ ଅବିବାହିତା ମହିଳା, ପିଲା ଚାହାଁନ୍ତି ନାହିଁ କହି ପହଞ୍ଚିଲେ କୋର୍ଟ
Advertisement
Article Detail0/zeeodisha/odisha1356872

କଣ୍ଡୋମ ବ୍ୟବହାର ପରେ ବି ଗର୍ଭବତୀ ହେଲେ ଅବିବାହିତା ମହିଳା, ପିଲା ଚାହାଁନ୍ତି ନାହିଁ କହି ପହଞ୍ଚିଲେ କୋର୍ଟ

Bombay High Court: ଜଣେ ଅବିବାହିତା ମହିଳା ଗର୍ଭନିରୋଧକ ପଦକ୍ଷେପ ବିଫଳ ଯୋଗୁଁ ଗର୍ଭବତୀ ହୋଇଛନ୍ତି । ସେ ଏମଟିପି ଦ୍ୱାରା ନିଜ ଗର୍ଭପାତ କରାଇବା ପାଇଁ ବମ୍ବେ ହାଇକୋର୍ଟ ନିକଟରେ ପହଞ୍ଚିଛନ୍ତି । ଏହାକୁ ନେଇ କୋର୍ଟ ଏକ ବଡ ରାୟ ଦେଇଛନ୍ତି ।

ସୌ: ସୋସିଆଲ ମିଡିଆ

Bombay High Court: ବମ୍ବେ ହାଇକୋର୍ଟ ଜଣେ ମହିଳାଙ୍କୁ ନିଜ ସର୍ତ୍ତମୂଳକ ଆଦେଶରେ ୨୬ସପ୍ତାହର ଗର୍ଭଧାରଣକୁ ଗର୍ଭପାତ କରିବାକୁ ଅନୁମତି ଦେଇଛନ୍ତି ଓ କହିଛନ୍ତି ଏହି ଆଦେଶ କେବେଳ ସେତବେଳେ ଲାଗୁହେବ, ଯେତବେଳେ ଡାକ୍ତର ନିଶ୍ଚିତ କରିବେ ଯେ ଏହି ପ୍ରକ୍ରିୟା ପରେ ଶିଶୁଟି ଯେପରି ଜୀବନ୍ତ ଜନ୍ମ ନ ହେବ । ଶୁକ୍ରବାର ଦିନ ମହିଳାଙ୍କ ଆବେଦନ ଶୁଣାଣି କରିବାକୁ ଯାଇ ବମ୍ବେ ହାଇକୋର୍ଟର ଏକ ବେଞ୍ଚ ନିର୍ଦ୍ଦେଶ ଦେଇଛି ଯେ ଯଦି ଡାକ୍ତରମାନେ ମତ ଦିଅନ୍ତି ଯେ ଗର୍ଭପାତ କରିବା ସମୟରେ ଯେପରି ଶିଶୁ ଜୀବନ୍ତ ଜନ୍ମ ନ ହେବ, ତେବେ ଯାଇ ଆବେଦନକାରୀ ଗର୍ଭପାତ କରିପାରିବେ ।

ମହିଳା ଜଣକ ଏଥିପାଇଁ ହାଇକୋର୍ଟ ଯାଇଥିଲେ କାରଣ MTP (ସଂଶୋଧନ),୨୦୨୧ ଅଧିନିୟମ ଅଧୀନରେ ଏହା ନ ଥିଲା । ତାଙ୍କ ଗର୍ଭଧାରଣ ତାଙ୍କ ସାଥୀଙ୍କ ସହ ଏକ ସହମତି ଭିତ୍ତିକ ସମ୍ପର୍କ ଓ ଗର୍ଭନିରୋଧକ ଉପକରଣର ବିଫଳତା କାରଣରୁ ହୋଇଥିଲା । ଜେଜେ ହସ୍ପିଟାଲର ମେଡିକାଲ ବୋର୍ଡର ସେପ୍ଟେମ୍ବର ୮ ରିପୋର୍ଟରେ କୁହାଯାଇଛି ଯେ ଗର୍ଭସ୍ଥ ଶିଶୁ କିମ୍ବା ଗର୍ଭବତୀ ମହିଳାଙ୍କ ଶରୀରରେ କୌଣସି ଅସ୍ୱାଭାବିକତା ଦେଖିବାକୁ ମିଳି ନଥିଲା ।

ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଜେଜେ ହସ୍ପିଟାଲର ମେଡିକାଲ ବୋର୍ଡର ସେପ୍ଟେମ୍ବର ୮ ରିପୋର୍ଟରେ କୁହାଯାଇଛି ଯେ ଗର୍ଭସ୍ଥ ଶିଶୁ କିମ୍ବା ଗର୍ଭବତୀ ମହିଳାଙ୍କ ଶରୀରରେ କୌଣସି ଅସ୍ୱାଭାବିକତା ଦେଖିବାକୁ ମିଳି ନାହିଁ । ମେଡିକାଲ ବୋର୍ଡ ଏହାର ରିପୋର୍ଟରେ କହିଛି ଯେ ଗର୍ଭଧାରଣ ପ୍ରାୟ ୨୬ ସପ୍ତାହର ଅଟେ ଓ ଏହି ପର୍ଯ୍ୟାୟରେ ଏମ.ଟି.ପି. କାରଣରୁ ଅକାଳରେ ଜନ୍ମ ହୋଇଥିବା ଶିଶୁକୁ ଆନ୍ତରିକ ଚିକିତ୍ସା ପରିଚାଳନା ଆବଶ୍ୟକ ହେବ । ସେପ୍ଟେମ୍ବର ୧୩ ରେ ହାଇକୋର୍ଟ ମହିଳାଙ୍କ ଗର୍ଭଧାରଣ ସମୟକୁ ପୁନଃ ଯାଞ୍ଚ କରିବାକୁ ମେଡିକାଲ ବୋର୍ଡକୁ ନିର୍ଦ୍ଦେଶ ଦେଇଥିଲେ । ମେଡିକାଲ ବୋର୍ଡ ପୁନର୍ବାର ଏହାର ରିପୋର୍ଟ ୧୫ ସେପ୍ଟେମ୍ବରରେ କୋର୍ଟକୁ ପଠାଇଥିଲା ଓ ମହିଳା ଜଣକ ୨୫.୪ ସପ୍ତାହ ଗର୍ଭବତୀ ଥିବା କହିଥିଲେ ।

କିନ୍ତୁ ମହିଳାଙ୍କ ଓକିଲ ଆଦିତ୍ୟ ସାକ୍ସେନା ଆଇନର ଏକ ସ୍ପଷ୍ଟୀକରଣ ଦର୍ଶାଇଛନ୍ତି ଯେଉଁଠାରେ ଗର୍ଭନିରୋଧକ ଉପକରଣ କିମ୍ବା ପଦ୍ଧତିର ବିଫଳତା ଯୋଗୁଁ ଗର୍ଭପାତ କରିବାକୁ ଅନୁମତି ଦିଆଯାଇଛି । ସେ ଯୁକ୍ତି ବାଢିଥିଲେ ଯେ ମେଡିକାଲ ବୋର୍ଡ କେବଳ ଗର୍ଭବତୀ ଯୋଗୁଁ ମହିଳାଙ୍କ ପାଇଁ ହୋଇଥିବା ଯନ୍ତ୍ରଣାକୁ ବିଚାର କରିବ ବୋଲି ଆଶା କରାଯାଉଥିଲା । ଜଷ୍ଟିସ ସଞ୍ଜୟ ଗଙ୍ଗାପୁରୱାଲା ଓ ଆରଏମ ଲଦାଙ୍କ ଏକ ବେଞ୍ଚ କହିଛନ୍ତି ଯେ ସେମାନେ ନିଶ୍ଚିତ ଭାବରେ ବିନା ଦ୍ୱିଧାରେ ଏମଟିପି ଅନୁମତି ଦେବେ । କାରଣ ଏହା ଗର୍ଭନିରୋଧକ ଉପକରଣର ବିଫଳତା ଯୋଗୁଁ ଘଟିଥିଲା ଓ ଆବେଦନକାରୀ ଜଣେ ଅବିବାହିତ ମାଆ ଯିଏକି ତାଙ୍କ ସାଥୀଙ୍କ ସହ ସହମତି ଭିତ୍ତିରେ ସମ୍ପର୍କ ରଖିଥିଲେ ।

ଏହା ବି ପଢ଼ନ୍ତୁ: ବିଜେପି ଉପରେ ବର୍ଷିଲେ କେଜ୍ରିୱାଲ, କହିଲେ- AAP ର ଏହି ବିଧାୟକଙ୍କୁ ବର୍ତ୍ତମାନ କରାଯିବ ଗିରଫ